Unknown

ଶ୍ରୀ ଶିବ ଦୁର୍ଗାଙ୍କ ଚଉତିଶା

ଶ୍ରୀ ଗୋବିନ୍ଦ ରଥ

 

ଶ୍ରୀ ଶିବ ଦୁର୍ଗାଙ୍କ ଚଉତିଶା

 

(ରାଗ-ରସକେଇଲା)

କେଉଁ ଜନ ଅତି ଦୁଃଖିତ ହୋଇ

 

କପିଳାପତି ପୃଷ୍ଠଦେଶେ ରହି

 

କହଇ ତା ହୃଦ ବେଦନା ଯେତେ

 

କୈଳାଶ ବାସି ଦୟା କର ମୋତେ ହେ

 

କୃପାକର ମହା ମାୟି ଗୋ

 

କାଳୀତବ ପତି ପାଦବିନୁ ମୋର

 

ଅନ୍ୟଜାତି ଆଉ ନାହିଁ ଗୋ

 

 

ଖଣ୍ଡ ପରଶୁ ମୋର ଯେତେ ଦୋଷ

 

କ୍ଷଣେ ଚାହିଁ ଦେଲେ ହେବ ବିନାଶ

 

ଖଟ୍ୱାଙ୍ଗଧାରି ପରା ପ୍ରଭୁ ଥାଉଁ

 

କ୍ଷିତିରେ କେ ରକ୍ଷା କରିବା ଆଉ ହେ

 

କ୍ଷମାନିଧାନି ବାହାର ଗୋ

 

କ୍ଷିତି ବରସ୍କତା ବ୍ୟତ୍ରକେ ମୋହର

 

ଗୁହାରି ନାହିଁ କାହାର ଗୋ

 

 

 

 

 

 

ଗଙ୍ଗାଧର ମୋଠାରେ ଦୟା ବହି

 

ଗରିଷ୍ଠ ବ୍ୟାଧି ଘୋଟିଛି ମୋ ଦେହି

 

ଗୁମାନ କରେ ନାଶିଦେବା ପାଇ

 

ଗତି ମୋ ତବ ବ୍ୟତ୍ରକରେ ନାହିଁ ହେ

 

ଗିରିଜା କର ତାରଣ ଗୋ

 

ଗଉରି ଏ ଘୋର ପାତକି ବୋଲିତୁ

 

ହୃଦେ ନ କର ବାରଣ ଗୋ

 

 

ଘଣ୍ଟାଧାରି ମୋଠାରେ ସ୍ନେହ ବହି

 

ଘୃମିତ ନେତ୍ରେ ବାରେ ଦିଅ ଚାହିଁ

 

ଘାଉଆ ହୋଇ ପଳାଉ ଏ ବ୍ୟାଧି

 

ଘୋଷୁ ଥିବି ନାମ ମୁ ନିରବଧି ହେ

 

ଘୋଷାମଣି ଏହା ଜାଣି ଗୋ

 

ଘୁଞ୍ଚାଇ ଦିଅମୋ ଏ ଦୁର୍ଗତି ବେଗେ

 

ଉଞ୍ଚାଇ ତୋ ପଦ୍ମ ପାଣି ଗୋ

 

 

ଓଁକାର ରୂପ ତୁମ୍ଭେ ମହାବାହୁ

 

ଉତ୍ପତ୍ତି ପାଳଣ ସଂହାର ଦେହୁ

 

ଉତ୍ତମେ ପଞ୍ଚ ଆନନ ପ୍ରକାଶ

 

ଉତପାତ ମାନ କରବିନାଶ ହେ

 

ଉମାମୋ ଦୁର୍ଗତି ଫେଡ଼ ଗୋ

 

ଉଦେ କର ହୃଦେ ଦୁଃଖି ଜନେ ଦୟା

 

ନିଷ୍ଠୁର ପଣକୁ ଛାଡ଼ ଗୋ

 

 

ଚନ୍ଦ୍ରଶେଖର ଯହୁଁ ନାମ ଖ୍ୟାତ

 

ଚକୋର ମୁ ମୋଦୁଃଖ କରନ୍ତ !

 

ଚାରିନବ ଏକ ଭୁବନ ପର

 

ଚତ୍ୱରେ ପ୍ରଭୁ ତୁମ୍ଭେ କୃପା କର ହେ

 

ଚାମଣ୍ଡା ତୁ ହୁଅ ସାହା ଗୋ

 

ଚଣ୍ଡିକା ମୋ ଶଙ୍କା ଉଡ଼ି ଯାଉ ଦକା

 

ଘୋଡାଅ ତୋ ଅଷ୍ଟ ବାହା ଗୋ

 

 

ଛପନ କୋଟିରେ ହେ କୃତ୍ତିବାସ

 

ଛେଦ ଦୁଃଖ ମାନ ଯଶ ପ୍ରକାଶ

 

କର ମୋ ଦୁର୍ଗତି ଏକେତେ ମାତ୍ର

 

ଛଟପଟ କରି ଦେଉଛି ଗାତ୍ର ହେ

 

ଛିନ୍ନ ମସ୍ତା ନାମ ବହି ଗୋ

 

ଛାଡ଼ ନାହିଁ ମୋର ଶ୍ୟାମ ତୋ ପୟରେ

 

ସମର୍ପି ଦେଇଛ ଦେହ ଗୋ

 

 

 

 

ଜଟାଧାରିଙ୍କ ପାଦେ ସେବା କରି

 

ଜାଳେ ମୋ ଅଙ୍ଗ ଦୃଷ୍ଟ ବ୍ୟାଧି ଧରି

 

ବଳଦେଇ ତାକୁ ଶାନ୍ତ୍ୱନା କର

 

ଯଶ ଜଗତେ ରହୁ ଦିଗାମ୍ବର ହେ

 

ଜୟାମାତକର ଦୟା ଗୋ

 

ଯେବେ କାତ୍ୟାୟନି ନ ହୋଇବୁ

 

ସାହା ବହିବଟିକି କାୟାଗୋ

 

 

ଝସକେତୁ ଐର ହେଝଡ଼ ବାସୀ

 

ଝଟତିରେ ଫେଡ଼ ମୋ ଦୁଃଖ ରାଶି

 

ଝାମଗଲା ପ୍ରାୟେ ହୁଅଇ ଦେହ

 

ଝଡ଼ି ପଡ଼ଇ ବେନି ନେତ୍ରୁ ଲୁହ ହେ

 

ଝଟ ଝଟକାଙ୍ଗି ଘେନି ଗୋ

 

ଝଗଡା ଯେତେ କଲିଣି ମୁ ଅମ୍ବିକା

 

ଟେକି ନ ଚାହୁଁ ଆନନ ଗୋ

 

 

ନୀଳକଣ୍ଠଙ୍କୁ ନିରବଧି ଆଶ

 

ନିତ୍ୟପଦାର୍ଥ ତୁମ୍ଭେ ବିଶ୍ଵବାସ

 

ନର ଅମର ନାଗଲୋକ ବିନି

 

ନିରତେ ତୁମ୍ଭେ ଅଟ ବର ଦାନି ହେ

 

ନାରାୟଣୀ ନାମ ଯେଉଁ ଗୋ

 

ନିରାଶ ନ କର ମୁ ତୁମ୍ଭ ପୟର

 

ଭରସା କରିଛି ତେଣୁ ଗୋ

୧୦

 

 

ଟଙ୍କଧର ଏ ଦୃଷ୍ଟ ବ୍ୟାଧି ଦେଖ

 

ଟାଣକରି ବହୁତ ଦେଲାଦୁଃଖ

 

ଟାଳିଦିଅ ତାକୁ ତ୍ରିଶୁଳା ଘାତେ

 

ଟମକ ବାଜ ପ୍ରଶଂସା ଜଗତେ ହେ

 

ଟହ ଟହ ହସିବାରେ ଗୋ

 

ଟେକିତୋ ବଦନ ହୋଇଣ ପ୍ରସନ୍ନ

 

ରକ୍ଷାକରି ଦିଅ ମୋରେ ଗୋ

୧୧

 

 

ଠୁଳରୂପ ଠଣ ମୁଖ ଯାହାର

 

ଠାବକଲା ଉତ୍ତାଋ ପାଦେ ତାର

 

ଠଉତିବା ପାଇ ଭରସା ନାହିଁ

 

ଠକପଣ କିପାଁ କର ଗୋସାଇଁ

 

ଠାକୁରାଣିଙ୍କର ନ୍ୟାୟ ଗୋ

 

ଠିକରୂପୀ ଜାଣି ତୋପାଦେ ବ୍ରାହ୍ମଣି

 

ସେବିବାଋ ନାହିଁ ଭୟ ଗୋ

୧୨

 

 

 

 

ଡ଼ମ୍ବରୁ ଧର ହେ ମୋଦୁଃଖ ହର

 

ଡ଼ରେ ମୁଁ ହେଉଅଛି ଥର ହର

 

ଡ଼େରିନାହିଁ କର୍ଣ୍ଣ କୃଶାନୁ ରେତା

 

ଡ଼ରିଲକି ଷଡାନନଙ୍କ ପିତା ହେ

 

ଡାକଶୁଣ ମାହେଶ୍ଵରି ଗୋ

 

ଡୋଳେ ଚାହିଁ ଦେଲେ ଏ ଗରିଷ୍ଠ ବ୍ୟାଧି

 

ରହିବ କି ଦେହ ଧରି ଗୋ

୧୩

 

 

ଢ଼ାଙ୍କିଲ କର୍ଣ୍ଣେ କଙ୍କର ଈଶ୍ୱର

 

ଢମପଣ ସିନା ହେଲା ପ୍ରଚାର

 

ଢଳିପଡ଼ିବି ହେଲା ଏହୁ ବାଣୀ

 

ଢାଙ୍କିରଖ ପ୍ରଭୁ ଶ୍ରୀପଦ୍ମପାଣି ହେ

 

ଢଳହଳ ନେତ୍ରେ ଶ୍ଵରା ଗୋ

 

ଢ଼ାଳୁନାହିଁ ବାରେ ଏବଡ଼ ଅନ୍ୟାୟ

 

ଆଶ୍ରିତ ଜନ ମୁ ପରା ଗୋ

୧୪

 

 

ଅନ୍ଧକରିପୁ ତୁମ୍ଭେ ଆର୍ତ୍ତତ୍ରାଣ

 

ଅନ୍ତର୍ଯ୍ୟାମୀ ମୋ ଅନ୍ତର୍ଗତ ଜାଣ

 

ଅପରାଧ ବୋଲି କରିଛ ଭୟେ

 

ଅନୁ ଗୃହକରି କରସଦୟେ ହେ

 

ଅପର୍ଣ୍ଣା ତୁ ମୋତେ ରଖ ଗୋ

 

ଅନୁ ସରି ପିତା ମାତା ଦୁହିଙ୍କି

 

ମୁଁ ପାଉଛି ବହୁତ ଦୁଃଖ ଗୋ

୧୫

 

 

ତ୍ରିଲୋଚନ ଆହେ ତ୍ରିପୁରାନ୍ତହ

 

ତ୍ରାହିକର ବଳି ପଡୁଛି ଶୋକ

 

ତୁମ୍ଭେ ଯେବେ ମୋତେ ରଖିବ ନାହିଁ

 

ତପନସୁତପୁର ଯିବ ଦେହି ହେ

 

ତାରିଣୀ ତୁହୁଅ ସାହା ଗୋ

 

ତ୍ରିଭୁବନରେ ତୁମ୍ଭବେନି ବାହାରେ

 

କେ କରିବ ମୋତେ ଆହ ଗୋ

୧୬

 

 

ଥାଏ କର ମୋତେ ପ୍ରାମଥାଧିପ

 

ଥରେ ଥରେ ମୁତ କରେ ପ୍ରତାପ

 

ଥକିଯିବା ପ୍ରାଏ ହୋଏ ମେମତା ଥାଇବ

 

କି ନାହିଁ ଜଗତ ପିତା ହେ

 

ଥଏ ସ୍ଥାଣୁକାନ୍ତା ଶୁଣ ଗୋ

 

ଥନ ଥନ ନେତ୍ରୁ ବହୁଅଛି ବାରି

 

ପଶନ୍ତେ କର ବାରଣ ଗୋ

୧୭

 

 

 

 

ଦିଗାମ୍ବର ହେ ତୁମ୍ଭେ ଦଇତାରି

 

ଦୟାଳୁ ପଣ ଦେଉଛି ପାଶୋରି

 

ଦୋଷ ଯେତେ କରିଥିଲେ ହେ ଦାସ

 

ଦେଇପାରେ କି ପ୍ରଭୁ କରି ନାଶ ହେ

 

ଦୁର୍ଗା ମୋ ଦୁର୍ଗତି ଦେଖି ଗୋ

 

ଦିଅଦୃଷ୍ଟି ତୋର ଏପାତକ ମୋର

 

ଯାଉ ହେବି ମହାସୁଖି ଗୋ

୧୮

 

 

ଧର୍ଜଟା ହଟି ରହୁଚ କିପାଇଁ

 

ଧରାରେ ତୁମ୍ଭବିନା ଅନ୍ୟ ନାହିଁ

 

ଧରି ନାଶକରେ ଦେଖଏ ବ୍ୟାଧି

 

ଧଉର୍ଯ୍ୟଧରି ବାକୁ ଦିଅ ବୁଦ୍ଧି ହେ

 

ଧୁମା କ୍ଷମା କର ଦୋଷ ଗୋ

 

ଧ୍ରୁତି ଶ୍ରୁତି ଯେଣୁ କହିଅଛ ନାମ

 

ତେଣୁ ମୋ ବହୁତ ଆଶ ଗୋ

୧୯

 

 

ନୀଳଲୋହିତ ମୋତେ ହିତ କର

 

ନିରାଶ ହୋଇ ଯାଉ ଦୁଃଖ ଘୋର

 

ନିମିଷକେ କରି ପାରିବ ଏହା

 

ନାହିଁ କର କିପାଁ ବିଂଶାର୍ଦ୍ଧ ବାହା ହେ

 

ନାରସିଂହ ଏହା ବୁଝ ଗୋ

 

ନିରେଖ ଜନ ନାଶ ନୋହୁ ଯେମନ୍ତ

 

ତାହା ରିପୁସଙ୍ଗେ ଯୁଝ ଗୋ

୨୦

 

 

ପଶୁପତି ପିନାକି ବେନି ନାମ

 

ପ୍ରମାଣ ମୋର ମୋତେ ନୁହ ବାମ

 

ପାପୀଜନ ବୋଲି କଚିଛ ଭୟେ

 

ପ୍ରାଣ ଗଲାଟି ମୋହର ନିଶ୍ଚୟେ ହେ

 

ପାର୍ବତୀ ତୁ ଥାଉ ଥାଉ ଗୋ

 

ପରମେଶ୍ୱରି ମୁଁ କାଆଗେ ଦଇନି

 

କରିବିଟ ଯାଇ ଆଉ ଗୋ

୨୧

 

 

ଫଣିଧର ହେ ପ୍ରଭୁ ଵୃଷଧ୍ଵଜ

 

ଫିଟାଇ ଦିଏ ଦେହ କରି ତେଜ

 

ଫେଡ଼ ମୋ ଦୁଃଖ ଶ୍ରୀକର ଲଗାଇ

 

ଫିଙ୍ଗିଦିଅ ତାକୁ ଚର୍ଚ୍ଚିକାସାଇଁ ହେ

 

ଫେରାଦ ଘେନ ଭୈରବି ଗୋ

 

ଫତୁଆ ନ କର ମୁଁ ତୁମ୍ଭ ପୟର

 

ବାଲ୍ୟକାଳୁ ଅଛି ସେବି ଗୋ

୨୨

 

 

 

 

ବାମଦେବ ମହାଦେବ ବୋଲାଇ

 

ବିପତ୍ତି ଜନଠାରେ ଦୟା ନାହିଁ

 

ବିଷମ ବ୍ୟାଧି ଏ ଧରା ଉପର

 

ବାରଣ କରି ଦିଅ ବିଶ୍ୱେ ଚାର ହେ

 

ବିମଳା ନ କର ହେଳା ଗୋ

 

ବର୍ଣ୍ଣିସାଚିବ କେ ତୁମ୍ଭ ଅଙ୍ଗବିଧି

 

ଗଳେ ବହୁ ମୁଣ୍ଡମାଳା ଗୋ

୨୩

 

 

ଭୁତେଶ ମୋ ଦୋଷ କରିବ କ୍ଷମା

 

ଭାବଗ୍ରାହୀଙ୍କି କି ଦେବି ଉପମା

 

ଭିନ୍ନ କରି ତୁମ୍ଭେ ଦେଉଛ ସିନା

 

ଭରସା ଆଉ ନାହିଁ ତୁମ୍ଭବିନା ହେ

 

ଭଗବତି ଗଲି ସରି ଗୋ

 

ଭୀତି କରିଅଛି ନ କରିବେ ବୋଲି

 

ରଖ ମା ଭୁବନେଶ୍ୱରି ଗୋ

୨୪

 

 

ମୃତ୍ୟୁଞ୍ଜୟ ମୋହଠାରେ ହୃଦୟ

 

ମଶିକି ମାନେ ହେଉଛ ନିର୍ଦ୍ଦୟ

 

ମହେଶ୍ୱରଙ୍କୁ ମୋ ବହୁତ ଆଶ

 

ମହା ମହିଁମା ନ କର ନିରାଶ ହେ

 

ମୃଡ଼ ନି ମୋ ଦୁଃଖ ଘେନି ଗୋ

 

ମହା ବିପତ୍ତି ପଡ଼ିଅଛି ଏଥିରୁ

 

ରକ୍ଷା କର ମାତଙ୍ଗିତ ଗୋ

୨୫

 

 

ଯୋଗେଶ୍ୱର ପରାଏ ପ୍ରଭୁ ଥାଉଁ

 

ଜଣାଣ କରିବ କାହାକୁ ଆଉ

 

ଜୀବନ ନିଶ୍ଚେ ଗଲାଟି ମୋହର

 

ଯଶ ପ୍ରକାଶ କର ଜମ୍ବେଶ୍ୱର ହେ

 

ଯୋଗମାୟା ପାଦେ ସେବି ଗୋ

 

ଜଗତେ ଅକିର୍ତ୍ତୀ ହେଉଛି ମୁଁ

 

ଯହୁଁ ରାଗେ ହେଲି ଅନୁଭବି ଗୋ ରୁଦ୍ର

 

ଏ ଦେଖ କ୍ଷୁଦ୍ର ବ୍ୟାଧି ଛାର

୨୬

 

 

ଚୋଷେ ପିଡୁଅଛି ଅଙ୍ଗମୋହର

 

ରାହୁ ପରାଏ ସେ ହୋଇଛି ଉଗ୍ର

 

ରହୁ ଏ ଜୀବ ନାଶ ତାକୁ ଭର୍ଗ ହେ

 

ରୁଦ୍ରାଣୀ ଘେନ ମୋ ବାଣୀ ଗୋ

 

ରବିତଳେ ଯଶ କରାଅ ପ୍ରକାଶ ନରେ

 

ତୋଷ ହୋନ୍ତୁ ଶୁଣି ଗୋ

୨୭

 

 

 

 

ଲୋକନାଥଙ୍କ ଠାରେ ମୋର ଲେହା

 

ଲହେମାତ୍ରକେ ପ୍ରଭୁ ହୁଅ ଶୁଭ

 

ଲଟିଯାଉ ଶତ୍ରୁ କରିଣ ଭୟ

 

ଲମ୍ବୋଦର ତାତ ହୁଅ ସଦୟ ହେ

 

ଲକ୍ଷ୍ମୀ ମୋତେ ହେଲେ ସାହା ଗୋ

 

ଲଭିବି ମୁଁ ଯଶ ହୋଇବି ଉଶ୍ୱାସ

 

ଦୟାକର ଚଉବାହା ଗୋ

୨୮

 

 

ବିରୁପାକ୍ଷ ତୁମ୍ଭେ ନିରକ୍ଷରକ୍ଷ

 

ବିଷମ ରୋଗ ଦେଉଅଛି ଦୁଃଖ

 

ବାରଣଚର୍ମଧାରି ଏହା ବୁଝ

 

ବିଷକଣ୍ଠ ଦେଖାଅ ନିଜ ତେଜ

 

ବାରାହି ଚରଣେ ସେବି ଗୋ

 

ବଗଳାଙ୍କୁ ସୁରନର ଦୈତ୍ୟମାନେ

 

ଧ୍ୟାଇ ନାନାଵର ଲଭି ଗୋ

୨୯

 

 

ଶ୍ରୀକଣ୍ଠଙ୍କ ପାଦେ ଶରଣ ମୋର

 

ଶ୍ରବଣ କର ତୁମ୍ଭେ ଶଶୀଧର

 

ଶୋକରେ ପଡ଼ି ହେଉଛି ଉତ୍କଣ୍ଠ

 

ଶୁଣୁତ କାହିଁ ତୁମ୍ଭେ ଶିତିକଣ୍ଠ ହେ

 

ସର୍ବମଙ୍ଗଳା ମୋ ଗଳା ଗୋ

 

ସମର୍ପି ଦେଇଛି ତୋଠାରେ ତ ମାତ

 

କାହିଁକି କରୁଛ ହେଲା ଗୋ

୩୦

 

 

ଶମ୍ଭୁରୀଶ ମୋଠାରେ ଯେତେ ଦୋଷ

 

ସର୍ବଜ୍ଞ ପୁରୁଷ କରିବ ନାଶ

 

ଶିବ କିଛି ଆଉ ନରହୁ ଶେଷ

 

ଶଙ୍କର ଏହା କରିବ ଅବଶ୍ୟ ହେ

 

ସର୍ବାଣି ଠାରେ ମୋ ଆଶ ଗୋ

 

ସରସ୍ୱତୀ ରଖ ଇନ୍ଦ୍ରାକ୍ଷି ନିରକ୍ଷ

 

ଶିତଳା ତୋ ନିଜ ଦାସ ଗୋ

୩୧

 

 

ସର୍ବଈପାନ ହୀନ ଲୋକ ମୁଁହିଁ

 

ସଦାଶିବ ନଶୁଣ କହି କହି

 

ସଡ଼ିଗଲି ପଡ଼ି ପାପ କୂପରେ

 

ସତ୍ଵରେ ଏଥୁ ଉଦ୍ଧରିବ ବାରେ ହେ

 

ଶିବାଭବାନି ଚରଣ ଗୋ

 

ସୋମନାଥ ରୂପକାର ମହାପାତ୍ର

 

ଚିତ୍ତରହୁ ଅନୁକ୍ଷଣ ଗୋ

୩୨

 

 

 

 

ହରିହର ମୋହର ଦୁଃଖରାଶି

 

ହତ କରିଦେବାକୁ ଅଛିଆସି

 

ହଟାଇ ତାହାକୁ ଦିଅ ଲସାଇ

 

ହେଲା କିପାଁଇ କରିଛ ଗୋସାଇଁ ହେ

 

ହେମବତି ଯେତେ ଦୋଷ ଗୋ

 

ହେଙ୍ଗୁଳାକେଶି କୃଷ୍ଣ ଅଶ୍ରୁ ଭାରତୀ

 

ଶୁଣିକର ନାଶ ଗୋ

୩୩

 

 

କ୍ଷୀର ଭୋଗୀ ହେ ମୋହ କ୍ଳେଶ ଦେଖ

 

କ୍ଷିତିରେ ମୁଁ ବଡ଼ ହେଲି ନିରେଖ

 

ପଣେ ଚାହିଁଲେ କାଳ ରତିପତି

 

କ୍ଷମାସାଗର ହେବ ନିଶ୍ଚେ ଗତି ହେ

 

କ୍ଷୀଣକଟୀ ପତି ମୋର ଗୋ

 

କ୍ଷମାକର ଦୋଷ ମୁହିଁ ହୀନ ଦାସ

 

ଗୋପାଳ ଶରଣ ତୋର ଗୋ

୩୪

 

ଶ୍ରୀଜଗନ୍ନାଥଙ୍କ ଜଣାଣ

(ରାଗ-କୁମ୍ଭ କାମୋଦୀ)

 

କୁମ୍ଭଚକ୍ର ଧାରୀଙ୍କି କେ ଦୀନ ଲୋକ

 

କର ଦୁଇ ଯୋଡ଼ି କରଇ ଶୋକ

 

କରୁଣା କର ମୋତେ ଯାଉ ମୋ ଶୋକ

 

କମଳାପତି ପାଶ ରହୁ ଆଲୋକ

 

 

ଖଗପତି ନାଥ ହେ ଦେଖ ଏ ଦୁଃଖ

 

ଖମଣ୍ଡଳ ମଧ୍ୟରେ ମୁହିଁ ରେଖ

 

ଖଣ୍ଡ ସେ ଦୋଷ ପ୍ରଭୁ କଳା ଶ୍ରୀମୁଖ

 

ଖଟାଇ ତୁମ୍ଭ ପାଦେ ମୋଚିତ୍ତ ରଖ

 

 

ଗତି କି ତୁମ୍ଭ କୈବଲ୍ୟେ ଅନୁରାଗ

 

ଗତ ପାପନାଶି ଏହା ଦେବ ବେଗ

 

ଗଙ୍ଗା ମୂର୍ତ୍ତିକା ଥିବ କପୋଳ ଭାଗ

 

ଗଳେ ତୁଳସୀ ମାଳ ହେଉ ସଂଯୋଗ

 

 

 

 

 

 

ଘନ ଶ୍ୟାମ ମୁ ଚାତକ ତୁମ୍ଭେ ମେଘ

 

ଘନେ ସୁଦୟା କର ନିଳାଦ୍ରି ସିଂହ

 

ଘଟ ଛାଡ଼ିଲା ବେଳେ ନ ଥିଲା ଅଘ

 

ଘଟୁ ମାତ୍ର କାର୍ତ୍ତିକ ବୈଶାଖ ମାଘ

 

 

ଉପାୟ ମୋତେ ଦେବ କେ ଅଛି ଆଉ

 

ଉଣାଚିତ୍ତ ମୋଠାରୁ ବାରଣ ହେଉ

 

ଉଦେ ହୁଅ ହୃଦେ ଜୀବ ଥାଉ ଥାଉ

 

ଉତ୍ତମ ନାମ ଧରି ଏଜୀବ ଯାଉ

 

 

ଚତୁର୍ଦ୍ଧଶ ବ୍ରହ୍ମାଣ୍ଡେ ମୁ ବଡ଼ ନୀଚ

 

ଚଞ୍ଚଳେ ହେଲି ପାପି ମାନ ରଖ ଉଚ୍ଚ

 

ଚଞ୍ଚଳା ପତି ଏବେ ଘେନ ମୋ ଵାଚ

 

ଚମତ୍କାର ହେବ ଏପାତକ ମଞ୍ଚ

 

 

ଛଡାଇ ଦେବ କ୍ଳେଶ ହୋଇଣ ସ୍ୱଚ୍ଛ

 

ଛପନ କୋଟିପାଳ ଏକଥା ତୁଛ

 

ଛଟପଟ ହେଉଛି ନୁହଇ ମିଛ

 

ଛପାଞ୍ଚ ତିଥିରେ ମୋ ପତ୍ରିକା ପୋଛ

 

 

 

 

ଜଗତନାଥ ପ୍ରଭୁ ଯଶୋଦା ଅଜ

 

ଜନ୍ମଶତ ପାତକ ଦେଖାଏ ତେଜ

 

ଜନ୍ତୁନାଥ ଦଣ୍ଡକୁ ହୋଇଛି ସଚ୍ଚ

 

ଯତନେ ତାବିନାଶ ନ ରହୁ ଭଞ୍ଜ

 

 

ଝଟତି ଡାକେ ଯେ ତାକଥାରେ ରିଝ

 

ଝଗଡା ଯେ ଭକ୍ତିରେ ତା ସଙ୍ଗେ ଯୁଝ

 

ଝଡ଼ ଏ ନେତ୍ରୁ ନୀର ପାତକ ବେଝ

 

ଝଳୀ ଶ୍ରୀମୁଖେ ଚାହିଁ ଗୁହାରି ବୁଝ

 

 

ନରସୁର ଅସୁର ମଧ୍ୟରେ ଧନ୍ୟ

 

ନରକୁ ନିସ୍ତାରିବ କେ ଅଛି ଅନ୍ୟ

 

ନବରଙ୍ଗ ତୋ ବିଧି ରହିଚ ଶୂନ୍ୟ

 

ନୟନରେ ଦେଖଇ ଯେ କରେ ପୁଣ୍ୟ

୧୦

 

 

ଟମକ ବାଜେ ପାପନାଶକ ବାଟ

 

ଝମକର ପରାଏ ପାପକୁ ଲୁଟ

 

ଟଣାଇଁ ଆଣି ପାଶେ ଚକ୍ରରେ କାଟ

 

ଟଳଇ ପାପ ଗୁଜା ଘେନିଣ ଥାଟ

୧୧

 

 

 

 

ଠଣାମୁଖ ମୋହଠାରେ ନୁହକାଠ

 

ଠକ ପଣ ତୁମ୍ଭର କେବଳ ପାଠ

 

ଠକେ ନାରୀଙ୍କି ଭୁଜ ଦେଖାଇ ଆଠ

 

ଠକି ବିପ୍ର ଶ୍ୟାମକୁ କରୁଛ ମଠ

୧୨

 

 

ଡ଼କା ପଡ଼ିଛି ହରି ନାମକୁ ଲୋଡ଼

 

ଡ଼ର ଭୟ ଛାଡ଼ି ସର୍ବ ଦୁଃଖ ଫେଡ଼

 

ଡ଼ରିଛି ଯେଣୁପୂର୍ବେ ଦେଇଛି ହୁଡ଼

 

ଡାକାଇତ ପାଇକ ଘୋଟିଛି ବଡ଼

୧୩

 

 

ଢ଼କା ବାଜିତୋ ନାମ ଇହୁଛି ଗୁଢ

 

ଢଳାଇ ଦିଏ ଚିତ୍ତ ବିପତ୍ତି ଚାତ

 

ତମପ୍ରାଏ ନ ମଣ ମୁଁ ଅତି ମୁଢ

 

ଢଳିବି କ୍ଷେତ୍ରବରେ କରିଛି ଦୃଢ

୧୪

 

 

ଅଣଆୟତ ନୋହୁ ନ ଯାଉ ପ୍ରାଣ

 

ଅଣଞ୍ଚାସ ବାତରେ ତୁମ୍ଭ ପୁରାଣ

 

ଅଣରୁପ ଏତେ ମାଗୁଅଛି ଜାଣ

 

ଅଣଞ୍ଚାସ ମତ ପାପି ମଧ୍ୟେ ଟାଣ

୧୫

 

 

 

 

 

 

ତବଚରଣାମ୍ବୁଜେ ରହୁମୋ ଚିତ୍ତ

 

ତରିବ ଭବଜଳୁ ଭାବେନିରତ

 

ତମ ମାଣିଲିଣି ଜ୍ଞାନ୍ତି ବନ୍ଧୁସୁତ

 

ତଟସ୍ତ ହୋଏ ଶୁଣି ପୁରାଣ ଗୀତ

୧୬

 

 

ଥରେ ଥରକେ ଚିତ୍ତ ହୁଅଇ ବ୍ୟର୍ଥ

 

ଥକିତ ହେଲି ଏକ ଅର୍ଜନେ ଅର୍ଥ

 

ଥନ ଥନ ଲୋତକ ନ ଦିଶେ ପଥ

 

ଥରେ ସୁଦୟା କର ଶ୍ରୀଜଗନ୍ନାଥ

୧୭

 

 

ଦୟାଳୁ ଦୟାକର ହୋଇ ସୁହୃଦ

 

ଦରିଦ୍ର ଜନଙ୍କର ଦରକୁ ଛେଦ

 

ଦବ ଏତିକି ପ୍ରଭୁ ଶ୍ରୀପଦ୍ମ ପଦ

 

ଦଣ୍ଡେ ଵିସ୍ମର ନୋହୁ ନୋହୁ ବିଚ୍ଛେଦ

୧୮

 

 

ଧରିବି ଦିବା ଚାତି ହୋଇବି ବୋଧ

 

ଧନ ଦ୍ରବ୍ୟରେ ଆଉ ନରହୁ ସଧ

 

ଧମକାଏ ହୃଦୟେ ଏ ପାପବ୍ୟାଧି

 

ଧରି ଘଉଡ଼ି ତାକୁ ଶ୍ରୀ ଚକ୍ର ଯୁଧ

୧୯

 

 

 

 

ନବରଙ୍ଗିଆ ଶ୍ୟାମ ମଧୁସୂଦନ

 

ନରସିଂହ ମୂରତି ନନ୍ଦ ନନ୍ଦନ

 

ନରକ ନିସ୍ତାରଣ ପାପି ପାବନ

 

ନରେ ଭାବନ୍ତି ତୁମ୍ଭ ରୂପ ବାମନ

୨୦

 

 

ପରମା ନନ୍ଦ ତୋମହିମା ଅମାପ

 

ପର ଅପର ନାହିଁ ନାସନେ ପାପ

 

ପତନ ହୋଇ ଅଛି ଏ ପାପ କୂପ

 

ପଦ୍ମା ପତି ତାହାର ନାଶ ପ୍ରତାପ

୨୧

 

 

ଫଟାଏ ଅଙ୍ଗ ଯେ କାନେ ବାତ କଫ

 

ଫଶି ଧରି କହୁଛି ନୁହଇ ଗଫ

 

ଫରକାଇବ ତାର ନଲାଗୁ ବାଫ

 

ଫତୁଆ ହେବ ଦୋଷ ନକଲେ ମାଫ

୨୨

 

 

ବରାହ ରୂପେ ପୃଥ୍ଵୀ ଧରିବା ଭାବ

 

ବଳୀକେ କହିପାରେ ରାମ ରାଘବ

 

ବରଜେ ଗୋପି ମାନେ ଜାଣନ୍ତି ଭାବ

 

ବଶକଲ ବଂଶି ଧ୍ୱନିରେ କେଶବ

୨୩

 

 

 

 

ଭକ୍ତିକଲା ଜନଠାରେ ତୁମ୍ଭେ ଶୁଭ

 

ଭଗାରି ନାଶିତାକୁ କରାଅ ଲାଭ

 

ଭବମଧ୍ୟେ ତୁମ୍ଭ ନାମେ ସର୍ବେ ଲୋଭ

 

ଭରଷେ ବିପ୍ରଶ୍ୟାମ ନାମକୁ ଜିଭ

୨୪

 

 

ମତ୍ସ୍ୟ କଚ୍ଛ ସ୍ୱରୂପ ପରଶୁ ରାମ

 

ମନରେ ଭାବେ ନିତ୍ଯେ ଧରିବି ନାମ

 

ମମତା ମୋର ଆଉ ନ କର ବାମ

 

ମଲେ ପରି ଜନରେ ଥିବିତୋ ଧାମ

୨୫

 

 

ଜନ୍ମାନ୍ତେ ଏହା ମୋତେ ହୋଇବ ଧାର୍ଯ୍ୟ

 

ଜଗତନାଥ ହେ ଏତେ କର କାର୍ଯ୍ୟ

 

ଜପୁମୁଁ ଥିବି ନାମ ନୋହିବ ତ୍ୟଜ୍ୟ

 

ଯତନେ ସଙ୍ଗ ହେବି ଯେ ଜନ ପୂଜ୍ୟ

୨୬

 

 

 

 

ରହିବି କ୍ଷେତ୍ର ବାରେ ବାଞ୍ଛା ମୋହର

 

ରତ୍ନ ଆସନେ ମୁଖ ଦେଖି ତୁମ୍ଭର

 

ରବି ସୁର ଭୟକୁ କରିବି ଦୂର

 

ରମାପତି ଏ ବିଧି ଅବଶ୍ୟ କର

୨୬

 

 

ଲକ୍ଷେ ଯୋଜନେ ଗଜ ଡାକ ଶୁଣିଲ

 

ଲବେ ମାତ୍ରକେ ଗ୍ରାହାକୁ ନିବାରିଲ

 

ଲପନ ପାଶେ ରହି ହୋଏ ଆକୁଳ

 

ଲଗାଇ ପାରୁ ମୋର ଫେଡ଼ ବିକଳ

୨୭

 

 

ବଡ଼ ଆରଟେ ପଞ୍ଚାଳୀ କଲାଭାବ

 

ବସନ କୋଟି ଦେଲ ନେଇଁ ତାଠାଵ

 

ବନ ପର୍ବତେ ବୁଲୁ ଥିଲା ସୁଗ୍ରୀବ

 

ବନ୍ଧାଇ ମୈତ୍ର ରାଜା କଲ ଭୋଦେବ

୨୮

 

 

ଶ୍ରବଣେ ଶୁଣି ତୁମ୍ଭ ସନ୍ୟାସୀ ବେଶ

 

ସହରେ ବିଭୀଷଣ ହେଲା ପ୍ରବେଶ

 

ଶରଣ ପଶିବାରୁ ଦେଲ ରାଜସ୍ୱ

 

ସନ୍ନିଧ୍ୟେ ଡାକୁଛି ମୁ ନ ଫେଡ଼ ଦୋଷ

୨୯

 

 

ସମୁଦ୍ର ପ୍ରାୟେ ମୋର ତୁମ୍ଭଙ୍କୁ ଆଶ

 

ଶରଣ ପଞ୍ଜର ପ୍ରଭୁ ପୀତବାସ

 

ସରି ମୋ ଦିନ ତୁମ୍ଭ ସନିକରସ

 

ଶରଣ ଗଲି ଏହା କର ଅବଶ୍ୟ

୩୦

 

 

 

 

ସତେ ହେବ ଏ ବିଧି କରେ ସାହସ

 

ଶତ୍ରୁ ମାନେ ମୋର ନ କରନ୍ତୁ ହାସ

 

ସରିତସୁତ ନେତ୍ର ମୁତୁମ୍ଭ ଦାସ

 

ପାପ ସହସ୍ରେ ହେଲେ କରିବା ନାଶ

୩୧

 

 

ହରିନାମକୁ ପରା ସର୍ବଦା ବହି

 

ହରି ମୋ ସର୍ବଦୋଷ ଅମଳେ ତହିଁ

 

ହରଷ ହୋଏ ପଡ଼ି ସଂସାର ମୋହ

 

ହଜି ଯାଉଁଛି ପ୍ରଭୁ ତୋପାଦ ସ୍ନେହ

୩୨

 

 

କ୍ଷଣ କ୍ଷଣକେ ମୋତେ ଗନ୍ଧର୍ବ ଦକ୍ଷ

 

କ୍ଷୟ କରନ୍ତି ତୁମ୍ଭ ଶ୍ରୀପଦ ପକ୍ଷ

 

କ୍ଷମାନିଧାନ ମୁ ହୋଇଛି ନିରକ୍ଷ

 

କ୍ଷଣେ ବିପ୍ର ଶ୍ୟାମେ ହୁଅ ସାହା ପକ୍ଷ

୩୩

 

ଶ୍ରୀ ଜଗନ୍ନାଥଙ୍କ ଭଜନ

ଜଗନ୍ନାଥରେ

ମନ ନ ଭଜିଲୁ ଦିନକେ ଥରେ

କାଳ ବହି ଗଲା ତୋର ବ୍ୟର୍ଥରେ (ଘୋଷା)

ବିପତ୍ତି ଧ୍ୱଂସନ ଚକ୍ରସୁଦର୍ଶନ ସୁଭଦ୍ରା ଦେବୀ ମଧ୍ୟସ୍ଥରେ

 

ନୀଳାଦ୍ରି ବିହାରୀ ପାପୀଙ୍କି ଉଦ୍ଧାରି ବାକୁ ସଙ୍ଗେ ଘେନି ଭ୍ରାତରେ

ଯେପଦ୍ମ ଚରଣ ବ୍ରହ୍ମାଣ୍ଡ ଶରଣ ସର୍ଵଦେଵ ସର୍ବ ତୀର୍ଥରେ

 

ସେ ଚରଣେ ଦିନେ ଯାଇଁ ଶୁଦ୍ଧମନେ ନ ଦେଖିଲୁ ନେତ୍ର ପଥରେ

 

 

ଧୁ ସଙ୍ଗକର ମାତ୍ରସାର ଶୁଣ ଅଷ୍ଟାଦଶ ଗ୍ରନ୍ଥରେ

 

ଗୁରୁ ଦେବା ନାମ ନ କରିବୁ ବାମ ଏ ଜୀବକୁ ହେବ ସାଥିରେ

ସାର ଅସତ୍ୟ ନାମ ମନ୍ତ୍ରସତ୍ୟ ଲେଖନା ଗାରଟୀ ପଥରେ

 

ଛାଡ଼ ତୁ ଅଞ୍ଚଳ ନାମ କରବାଳ ଧରି କାଟ କାଳ ଯୂଥରେ

 

 

ଜ୍ଞାତି ତ ସ୍ଵତ ଏସବୁ ଅନର୍ଥ ଅର୍ଜିଲୁ ଯେତେ ପଦାର୍ଥରେ

 

ହୋଇଲୁ ପଡ଼ି ଗଲାବେଳେ ଲୋଡ଼ି ନେଇଁ ପାରିବୁକି ସ୍ୱାର୍ଥରେ

ମୋହ ରୂପେ ଦିନ ନେଲୁରେ ଦୁର୍ଜ୍ଜନ ସଙ୍ଗ ହୋଇଲୁ ଅସାର୍ଥରେ

 

ଗଲାବେଳେ ପ୍ରାଣ ଆସି ଜନ୍ତୁଗଣ ଦୂତ ବାନ୍ଧିନେବେ ହାତରେ

 

 

ଦେବେ ଯେତେ ଦଣ୍ଡ ସାହିବ ତୋପିଣ୍ଡ ଘେନି ଯାଉଁ ଯାଉଁ ପ୍ରାଣରେ

 

ପକା ଇବେ ନର୍କ କରୁଥିବୁ ଶୋକ କିଛି ଅନ୍ୟ ନାହିଁ ପଥରେ

ହେବୁ ଯେବେ ମୁକ୍ତି ଯାଇଁ ଲକ୍ଷ୍ମୀ ପତି ଦେଖ ନନ୍ଦି ଘୋଷ ରଥରେ

 

କର ପ୍ରଭୁଦୟା ଶୁଣି କରି ଏହା ବିପ୍ର ମୋ ହୃଦୟ ଥରେ

ଚୌପଦୀ

ହେ ନାଥ ତୁମ୍ଭେ କମଳ ଧର

ହୀନ ଜନଠାରେ ଦୁଃଖି ଜନଠାରେ ଦୟା ନ କର ( ଘୋଷା )

ନୀଳାଚଳେ ବସି

 

ଅଛ ବ୍ରହ୍ମ ରାଶି

 

ଡାକ ଶୁଣୁନାହଁ ମୋର କର୍ଣ୍ଣର

 

ଘୋର ବିପତ୍ତିରୁ

 

ଗଜକୁ ରଖିଲ

 

ମୋର କର୍ମକୁ କି ହେଲା ପଥର

 

କୁରୁ ସଭାତଳେ

 

ଦ୍ରୌପଦୀ ଡାକିଲେ

 

ଲଜ୍ଜା ନିବାରଣ କଲ ତାଙ୍କର

 

ଅତି ଆତଙ୍ଗରେ

 

ତତେ ଜଣାଉଛି

 

ବିଚାର ନ କର ହୃଦ ପଦ୍ମର

 

ବନସ୍ତରେ ଥାଇ

 

ମୃଗୁଣୀ ଚିନ୍ତଇ

 

ଡାକକୁ ଶୁଣଇ ତାଇ ସତ୍ୱର

 

ମୋର କଷ୍ଟ ଶୁଣ

 

ଆହେ ନାରାୟଣ

 

ମୁଁ ନୋହିଲେ ଢୋକିବି ନିଶ୍ଚେ ଜହର

 

ହିରଣ୍ୟ ବିଦାରି

 

ଭକ୍ତକୁ ଉଦ୍ଧରି

 

ଯଶ ରଖିଥିଲ ତୁମ୍ଭେ ମହୀର

 

ଅପରାଧ ମୋର

 

ଛେଦ ଚକ୍ରଧର

 

ନିରାଶ ନକର ଆଉ ଏଥର

 

ପାଣ୍ଡବଙ୍କ ସହ

 

ହୋଇ ଚଉବାହା

 

କୁରୁ ବଳକୁ ଯେ କଲ ସଂହାର

 

ଫେଡ଼ ମୋ ଆରତ

 

ହେ କମଳା କାନ୍ତ

 

ତୁମ୍ଭ ବିନୁ ସାହା ନାହିଁ ମୋହର

 

ଗୋପରେ ଗୋପାଳ

 

ରଖିବା ନିମନ୍ତେ

 

ଟେକିଥିଲ ତୁମ୍ଭେ ଏ ଗିରିବର

 

ଘଣ୍ଟା ଘୋଡ଼ାଇଣ

 

ପକ୍ଷୀ କି ରଖିଲ

 

ମହା ଶୋଣିତରୁ କଲଟି ପାର

 

ସୁଦାମର ଦୁଃଖ

 

ଦେଖି ପଦ୍ମମୁଖ

 

ଦାରିଦ୍ର୍ୟ ଭଞ୍ଜନ କଲ ତାହାର

 

ଏହି ପରି କେତେ

 

ଜନଙ୍କୁ ତାରିଛ

 

କେ କହିପାରେ ମହିମା ତୁମ୍ଭର

 

କହେ ଦାମୋଦର

 

ଚରଣ କିଙ୍କର

 

ରକ୍ଷା କରପ୍ରଭୁ ଛ୍ୱାଇଁ ଚକର

 

ସୁଦର୍ଶନ ପେଶି

 

ବିପତ୍ତିକି ନାଶି

 

ଭାସିଲା ଭେଳା ଲଗାଅ କୁଳର